Tuesday, August 5, 2025

ଖ୍ରୀଷ୍ଟିୟ ଦୃଷ୍ଟିକୋଣରୁ ଭବିଷ୍ୟତବାଣୀର ଭୂମିକା

 

 ଭବିଷ୍ୟତବାଣୀ (ମାନେ ଭବିଷ୍ୟ ବିଷୟରେ କୁହାଯିବା କଥା) ଏକ ଆତ୍ମିକ ଦାନ ଅଟେ, ଯାହା ନିଷ୍ଟା ଦେବା, ଉତ୍ସାହ ବଢ଼ାଇବା, ଏବଂ ସ୍ୱାନ୍ତନା ଦେବାପାଇଁ ମଣ୍ଡଳୀକୁ ଦିଆଯାଇଛି। କିନ୍ତୁ ଏହା କୌଣସି ବିଶ୍ବାସୀଙ୍କର ଜୀବନକୁ ନିୟନ୍ତ୍ରଣ (control) କରିବା ପାଇଁ ଦିଆଯାଇନାହିଁ।



ଭବିଷ୍ୟତବାଣୀଗୁଡିକୁ (କିମ୍ବା ଭବିଷ୍ୟ ବିଷୟରେ ଜଣାପଡ଼ୁଥିବା କଥା) ବିଚାର କରିବା, ପରୀକ୍ଷା କରିବା ଦରକାର( 1 କରିନ୍ଥି 14: 29) ଏବଂ ଏଗୁଡିକୁ *ନିଷ୍ପତ୍ତିଗତ କ୍ଷେତ୍ରରେ ପ୍ରଧାନ ଉତ୍ସ ଭାବରେ* ନେବା ଉଚିତ ନୁହେଁ, କାରଣ ମାନବୀୟ ବ୍ୟାଖ୍ୟା ବା ସମଝ  ତ୍ରୁଟିପୂର୍ଣ୍ଣ ହୋଇପାରେ।


ଈଶ୍ବର ଉପରେ ସବୁଠାରୁ ପ୍ରଥମେ ବିଶ୍ୱାସ ରଖିବା ଉଚିତ୍, ଯଦିଓ କେବେ କେବେ ଭବିଷ୍ୟତବାଣୀ ଦିଆଯାଇପାରେ କିନ୍ତୁ ଶେଷରେ ବିଶ୍ୱାସୀମାନେ ପରମେଶ୍ବରଙ୍କ ଗୁଣ ଓ ଦୟା ଉପରେ ବିଶ୍ୱାସ ରଖିବା ଉଚିତ୍ ଯାହା ପବିତ୍ର ଶାସ୍ତ୍ର ପ୍ରକାଶିତ କରେ।


ଭବିଷ୍ୟତବାଣୀ ଗୁଡିକ ଉପରେ *ଅତିରିକ୍ତ ଭାବେ ଆଉଜି ନ ପଡ଼ି* 

ପବିତ୍ର ଶାସ୍ତ୍ର ଓ ଈଶ୍ବରଙ୍କ ସହିତ ଆଧାରିତ ବ୍ୟକ୍ତିଗତ ସମ୍ପର୍କ ଜୀବନ ଯାତ୍ରାର ମୁଖ୍ୟ ଆଧାର ହେବା ଆବଶ୍ୟକ।


 ଯଦି କୌଣସି ଭବିଷ୍ୟତବାଣୀ ପବିତ୍ର ଶାସ୍ତ୍ରକୁ ବିରୋଧ କରେ କିମ୍ବା ଅବିଶ୍ୱାସକୁ ଉତ୍ସାହିତ କରେ, ତେବେ ତାହାକୁ ଖାରଜ କରିବା ଉଚିତ୍।


 *ନିଷ୍କର୍ଷ:* 

 ଭବିଷ୍ୟତବାଣୀର ଯଥେଷ୍ଟ ସ୍ଥାନ ଥିଲେ ବି, ଭବିଷ୍ୟତବାଣୀ ନିଜେ ଜଣେ ବିଶ୍ବାସୀଙ୍କ ଆତ୍ମିକ ଜୀବନର ମୂଳ ଆଧାର ହୁଏନି। ପବିତ୍ର ବାଇବଲ ଓ ବିଶ୍ୱାସ ଏକ ବିଶ୍ୱାସୀ ଜୀବନର ମୂଳ ଆଧାର ଅଟେ।


ଧନ୍ୟବାଦ୍

Bishop.Dr. Hemo Prasad Das